ଯୁବବର୍ଗଙ୍କୁ ସଶକ୍ତ ଏବଂ ମହିଳା ଉଦ୍ୟୋଗୀ ସୃଷ୍ଟି ପ୍ରୟାସ

କୋଲକାତା: ମାର୍ଗଦର୍ଶିତ ଔଦ୍ୟୋଗିକତା ଜରିଆରେ ମହିଳାମାନଙ୍କୁ ଉତ୍ସାହିତ କରିବା ତଥା ଯୁବବର୍ଗଙ୍କୁ ସଶକ୍ତ କରିବା କାର୍ଯ୍ୟରେ ଆମୱେକୁ ସହଯୋଗ କରିବେ ବଲିଉଡ ମେଗାଷ୍ଟାର ଅମିତାଭ ବଚନ । ଦେଶର ଅନ୍ୟତମ ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରୟକାରୀ ଏଫଏମସିଜି କମ୍ପାନୀ ଆମୱେ ଇଣ୍ଡିଆ ଏହି ଉଦ୍ଦେଶ୍ୟରେ ଅମିତାଭ ବଚନଙ୍କୁ ନିଜର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି । ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ମହିଳା ସଶକ୍ତିକରଣର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରସାର କରିବା ଏବଂ ଏକ ପ୍ରଗତିଶୀଳ ଭାରତ ପାଇଁ ଉଦ୍ୟମିତା ଆଡକୁ ଯୁବବର୍ଗଙ୍କୁ ପ୍ରେରିତ କରିବା ଦିଗରେ ଉଭୟ ପରସ୍ପର ସହିତ ହାତ ମିଳାଇଛନ୍ତି । ତାଙ୍କର ସଂପୃକ୍ତି ବିଷୟରେ ପ୍ରକାଶ କରି ଅମିତାଭ ବଚନ କହିଛନ୍ତି, ଆମ ଦେଶର ମହିଳା ଓ ଯୁବବର୍ଗଙ୍କୁ ସଶକ୍ତ କରି ଔଦ୍ୟୋଗିକତାର ଶକ୍ତି ବାହାରକୁ ଆଣିବା ଉପରେ ବ୍ରାଣ୍ଡ୍‍ର ଲକ୍ଷ୍ୟବଦ୍ଧ ପ୍ରୟାସ ପ୍ରଶଂସନୀୟ ଏବଂ ପ୍ରେରଣାଦାୟୀ ହୋଇଛି । ବର୍ତ୍ତମାନ ସମୟରେ ପୋଷଣ ଏବଂ କଲ୍ୟାଣ ଆମ ଜୀବନର ନିର୍ବିବାଦୀୟ ଅଂଶ ପାଲଟିଥିବାବେଳେ ଜନସାଧାରଣଙ୍କ ଜୀବନକୁ ସୁସ୍ଥ ରଖିବା ସକାଶେ ନିଜର ଗୁଣାତ୍ମକ ଉତ୍ପାଦକୁ ନେଇ ପ୍ରତିବଦ୍ଧତା ଏହି ବ୍ରାଣ୍ଡ୍‍ ଉପରେ ବିଶ୍ୱାସଭାବକୁ ପ୍ରତିଭାତ କରୁଛି । ସ୍ୱାସ୍ଥ୍ୟ ଓ ପୋଷଣ ଉପରେ ଉଚ୍ଚତର ସଚେତନତା ଉପରେ ଦଣ୍ଡାୟମାନ ଏହି କମ୍ପାନୀ ନୂତନ ଏବଂ ଅଭିବୃଦ୍ଧିଶୀଳ ବଜାର ଚାହିଦା ପୂରଣ କରିବାକୁ ନୂତନ ସମାଧାନ ସମ୍ପର୍କରେ ଅଗ୍ରାଧିକାର ଭିତ୍ତିରେ ଅନୁଧ୍ୟାନ କରୁଛି ।

Comments are closed.