ଖାଲି ପଡ଼ିଛି ୨୪ ଲକ୍ଷ ସରକାରୀ ଚାକିରି

0

ନୂଆଦିଲ୍ଲୀ: କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରୀ ବିଭାଗରେ ୨୪ ଲକ୍ଷ ଚାକିରି ଖାଲି ପଡ଼ିଛି। ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶରେ ବେକାରୀ ସଂଖ୍ୟା ବଢ଼ୁଥିବା ବେଳେ ଉକ୍ତ ପଦବୀ ପୂରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ତତ୍ପରତା ପ୍ରକାଶ ପାଉ ନଥିବା ଉଦ୍‍ବେଗର ବିଷୟ ହୋଇଛି।
କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ କେବଳ ୧୦ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ପ୍ରାଥମିକ ଶିକ୍ଷାରେ ୯ ଲକ୍ଷ ଓ ମାଧ୍ୟମିକ ଶିକ୍ଷାରେ ୧.୧ ଲକ୍ଷ ପଦବୀ ଖାଲି ପଡ଼ିଛି। ସେହିପରି ସଶସ୍ତ୍ର ପୁଲିସ ବାହିନୀରେ ୫ ଲକ୍ଷ ୪୦ ହଜାର ପଦବୀ ଖାଲି ପଡ଼ିଥିବା ବେଳେ ରେଳବାଇରେ ୨ ଲକ୍ଷ ୫୦ ହଜାର, ବିଭିନ୍ନ କୋର୍ଟକଚେରୀରେ ୫ ହଜାର ୮୦୦ ପଦବୀ, ପ୍ରତିରକ୍ଷାରେ ୧ ଲକ୍ଷ ୨୩ ହଜାର, ଡାକବିଭାଗରେ ୫୪ ହଜାର, ୧ ଲକ୍ଷ ୫୦ ହଜାର ଡାକ୍ତର ଓ ୧୬ ହଜାର ନର୍ସ ପଦବୀ ଖାଲି ପଡ଼ିଛି।

Leave A Reply