ଝାରସୁଗୁଡ଼ା ଜିଲ୍ଳାରେ ଜିଲ୍ଲାସ୍ତରୀୟ ପ୍ରବାସୀ ନିଯୁକ୍ତି ମେଳା

ଝାରସୁଗୁଡ଼ା ଜିଲ୍ଳାରେ ଜିଲ୍ଲାସ୍ତରୀୟ ପ୍ରବାସୀ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଝାରସୁଗୁଡ଼ାର ମନମୋହନ ଏମ ଇ ସ୍କୁଲ ପଡିଆ ଠାରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

ମହାମରି କରୋନା ଯୋଗୁ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ ଲକଡାଉନ ପାଇଁ ନିଜ ଜିଲ୍ଲାକୁ ଫେରି ଆସିଥିବା ଶ୍ରମିକ ରୋଜଗାର ହରାଇଛନ୍ତି । ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପ୍ରୟାସ କରିଛି ।

ଏହି ନିଯୁକ୍ତି ମେଳାରେ ଜିଲ୍ଲାରେ ଥିବା ବିଭିନ୍ନ କମ୍ପାନୀ ଓ ଶିଳ୍ପ ସଂସ୍ଥା ଅଂଶ ଗ୍ରହଣ କରି ପ୍ରବାସୀ ଶ୍ରମିକ ମାନଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ ସାମଲ ଉଦଘାଟନ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସଂଯୁକ୍ତା ସାହୁ ଯୋଗ ଦେଇଥିଲେ ।

Comments are closed.