ବେକାର ଯୁବକ ଓ ଯୁବତୀ ପାଇଁ ନିଯୁକ୍ତି ମେଳା

ଯାଜପୁର : ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ଏବଂ ନିୟୋଜନ ବିଭାଗ ପକ୍ଷରୁ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆୟୋଜନ କରିବାକୁ ଯାଉଛି ନିଯୁକ୍ତି ମେଳା। ପାଣିକୋଇଲି କଲେଜ ପଡିଆରେ ଏହି ମେଳା ଆୟୋଜିତ ହେବ। ଏଥିରେ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ଅଂଶଗ୍ରହଣ କରି ବେକାରୀମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ଏହାର ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଡିଆରଡିଏ ସମ୍ମିଳିନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଏବଂ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଯୋଗ ଦେଇ ନିଯୁକ୍ତି ମେଳା ସଂପର୍କରେ ସୂଚନା ଦେଇଥିଲେ। ୧୮ ବର୍ଷରୁ ଅଧିକ ଯୁବକ ଯୁବତୀ ଏହି ମେଳାରେ ଅଂଶଗ୍ରହଣ କରିପାରିବେ। ଏଥିପାଇଁ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ସହିତ ଆନୁସଂଗିକ ପ୍ରମାଣପତ୍ର ଆଣିବାକୁ ସୂଚନା ଦିଆଯାଇଛି ।

Comments are closed.