ପ୍ରତ୍ୟେକ ଇମୋଜିର ଏକ ଭିନ୍ନ ଅର୍ଥ ଥାଏ

0

ସୋସିଆଲ ମିଡିଆ ହେଉ କି ଅନ୍ୟ କୌଣସି ମାଧ୍ୟମ ହେଉ ଆମେ ସମସ୍ତଙ୍କୁ ସନ୍ଦେଶ ବାର୍ତ୍ତା ପଠାଇଥାଉ। ସନ୍ଦେଶ ବାର୍ତ୍ତା ପଠାଇବା ବେଳେ ଶେଷରେ ଏକ ଇମୋଜି ପଠାଇଥାଉ। ଆମେ ପଠାଉଥିବା ଇମୋଜି କେବଳ ଏକ ଫଟୋ ନୁହେଁ। ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଆପଣ ପଠାଉଥିବା ବାର୍ତ୍ତାର ଉଚିତ ଭାଷା କିମ୍ବା ଅର୍ଥ ଏହି ଇମୋଜି ମାଧ୍ୟମରେ ପରିପ୍ରକାଶ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ, ଆମ ମସ୍ତିଷ୍କ ବ୍ୟଙ୍ଗାତ୍ମକ ଇମୋଜିକୁ ବ୍ୟଙ୍ଗାତ୍ମକ ଭାଷା ରୂପେ ବୁଝିଥାଏ। ଯାହାଦ୍ବାରା ଆମେ ସେହି ସନ୍ଦେଶ ବାର୍ତ୍ତାର ଅର୍ଥ ଠିକ ରୂପେ ବୁଝିପାରୁ। ଆହୁରୀ ମଧ୍ୟ କୁହାଯାଇଛି ଯେ, କୌଣସି ବାର୍ତ୍ତାର ମଝିରେ ଆମେ ଇମୋଜି ରଖୁ ତେବେ ତାହା ପରସ୍ପରର ଭାବ ଆଦାନ ପ୍ରଦାନକୁ ଠିକ ଭାବେ ବୁଝିବାରେ ସାହାର୍ଯ୍ୟ କରିଥାଏ।

ଲେଖା ହୋଇଥିବା ଶଦ୍ଦ ଓ ତାହା ସହ ଇମୋଜିର ବ୍ୟବହାର ଆପଣଙ୍କ ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ କରିଦେଇଥାଏ। ବେଳେବେଳେ କେବଳ ବାର୍ତ୍ତା ପଠାଇବା ଦ୍ବାରା ଅନେକ କିଛି କଥା କହି ହୋଇ ନଥାଏ। ତେଣୁ ଇମୋଜି ଏପରି ଏକ ମାଧ୍ୟମ ଯାହାଦ୍ବାରା କିଛି ଅକୁହା କଥାକୁ ମଧ୍ୟ ଠିକ ରୂପେ ପ୍ରକାଶିତ କରି ହୁଏ।

ପ୍ରତିବର୍ଷ ଜୁଲାଇ ୧୭ତାରିଖରେ ବିଶ୍ବ ଇମୋଜି ଦିବସ ପାଳନ କରାଯାଇଥାଏ। ମୋଟ ୨,୮୨୩ଟି ଇମୋଜି ରହିଛି। ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ବିଶ୍ବରେ ମୋଟ ଇମୋଜି ମଧ୍ୟରୁ ମାତ୍ର ୧୦ଟି ଇମୋଜିର ବହୁଳ ବ୍ୟବହାର କରାଯାଇଥାଏ

Leave A Reply