୨୦୨୧ ଏପ୍ରିଲରୁ ଲାଗୁ ହେବ ଟ୍ରାକ୍ଟରରୁ ବାହାରୁଥିବା ପ୍ରଦୂଷଣ ମାନଦଣ୍ଡ

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟ୍ରାକ୍ଟରରୁ ବାହାରୁଥିବା ପ୍ରଦୂଷଣ ମାନଦଣ୍ଡ ଅକ୍ଟୋବର ମାସରୁ ଲାଗୁ ହେବ। ଏଥିସହ ନିର୍ମାଣ ଉପକରଣ ଯାନବାହନ ଗୁଡ଼ିକ ପାଇଁ ଏହି ମାନଦଣ୍ଡ ଆସନ୍ତାବର୍ଷ ଏପ୍ରିଲ୍‍ ମାସରୁ ଲାଗୁ ହେବ। ଟ୍ରାକ୍ଟର ଓ ନିର୍ମାଣ ଉପକରଣ ଯାନବାହନ ଗୁଡ଼ିକର ପ୍ରଦୂଷଣ ମାନଦଣ୍ଡ ଲାଗୁ କରିବା ପାଇଁ ୧୯୮୯ ମୋଟର ଯାନ ଆଇନରେ ସଂଶୋଧନ କରାଯାଇ ସେପ୍ଟେମ୍ବର ୩୦ ତାରିଖରେ ଏ ନେଇ ଅଧିସୂଚନା ଜାରି କରାଯାଇଛି। ମନ୍ତ୍ରଣାଳୟ କହିଛି, କୃଷି ମନ୍ତ୍ରଣାଳୟ, ଟ୍ରାକ୍ଟର ନିର୍ମାଣକାରୀ ସଂସ୍ଥା ଏବଂ କୃଷି ସଂଘଗୁଡ଼ିକର ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Comments are closed.