କାର୍ଯ୍ୟକାରୀ ହେଲା ସହାୟତା ସଂଖ୍ୟା ୧୧୨, ଅଗଷ୍ଟ ସୁଦ୍ଧା ମିଳିବ ଅନ୍ୟ ଜରୁରୀ ସେବା

ଭୁବନେଶ୍ବର: ଜରୁରୀକାଳୀନ ଏକକ ସହାୟତା ସଂଖ୍ୟା ୧୧୨ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦ (ପୁଲିସ) ଓ ୧୦୧ (ଅଗ୍ନିଶମ ସେବା)କୁ ଏଥିରେ ଯୋଡ଼ା ଯାଇଛି। ଲୋକସେବା ଭବନରେ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଛି। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ) କୁ ଅଧିକ ଦାୟିତ୍ବସମ୍ପନ୍ନ ଓ କାର୍ଯ୍ୟଶୀଳ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଏହାସହିତ ଜରୁରୀ ସହାୟତା ପାଇଁ ଆସିଥିବା ଯୋଗାଯୋଗ (ଫୋନ କଲ) ଓ ଗନ୍ତବ୍ୟସ୍ଥଳରେ ସହାୟତା ଗାଡ଼ି ପହଞ୍ଚିବାର ସମୟ ମଧ୍ୟରେ ଅନ୍ତର କମାଇବାକୁ ମୁଖ୍ୟସଚିବ ଗୁରୁତ୍ବ ଦେଇଛନ୍ତି।

ଜରୁରୀ ସହାୟତା ପ୍ରଦାନ କରୁଥିବା ଅନ୍ୟ ବିଭାଗର ଜରୁରୀ ସଂଖ୍ୟାକୁ ଖୁବ ଶୀଘ୍ର ଏଥିରେ ଯୋଡ଼ିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ୧୦୨ (ଜନନୀ ଏକ୍ସପ୍ରେସ), ୧୦୪ (କରୋନା ସହାୟତା ଡେସ୍କ),୧୦୮ (ରୋଗୀବୁହା ଯାନ), ୧୮୧ (ମହିଳାଙ୍କ ପାଇଁ ସହାୟତା ସଂଖ୍ୟା), ୧୦୯୮ (ଶିଶୁ ସହାୟତା ସଂଖ୍ୟା) ସହିତ ବରିଷ୍ଠ ନାଗରିକ ଓ ଭିନ୍ନୟମଙ୍କ ସହାୟତା ପାଇଁ ଥିବା ସଂଖ୍ୟା ଅଗଷ୍ଟ ଶେଷ ସୁଦ୍ଧା ୧୧୨ ସହ ଯୋଡ଼ିବାକୁ କୁହାଯାଇଛି।

Comments are closed.