କଲକାତା ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ୧୭୨ ଯାତ୍ରୀ ସୁରକ୍ଷିତ

ଭୋପାଳ: ଗୁଜରାଟର ସୁରତରୁ କଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନ ରବିବାର ମଧ୍ୟପ୍ରଦେଶର ଭୋପାଳ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ସୁରୁଖୁରୁରେ ଯାତ୍ରା କରୁଥିବାବେଳେ ହଠାତ୍‌ ବୈଷୟିକ କାରଣରୁ ତାହାକୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ସୁରତରୁ କଲକାତା ଯିବା ବଦଳରେ ଅଧାବାଟରେ ବିମାନକୁ ଭୋପାଳ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ମୋଟ ୧୭୨ ଯାତ୍ରୀ ରହିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଭୋପାଳ ବିମାନବନ୍ଦର ନିର୍ଦେଶକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Comments
Loading...