ଆଧୁନିକ ବିଜ୍ଞାପନର ଜନକ ଏଲିକଙ୍କ ପରଲୋକ

0

ନୂଆଦିଲ୍ଲୀ : ଲୋକପ୍ରିୟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ଏଲିକ୍‍ ପଦ୍ମସିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ମୁମ୍ବଇରେ ତାଙ୍କର ଦେହାନ୍ତ ହୋଇଛି। ହିନ୍ଦୀ ଚଳଚ୍ଚିତ୍ର ଗାନ୍ଧୀରେ ମହମ୍ମଦ ଅଲ୍ଲୀ ଜିନାଙ୍କ ଚରିତ୍ରରେ ଅଭିନୟ କରି ଏଲିକ୍‍ ଲୋକପ୍ରିୟତା ହାସଲ କରିଥିଲେ। ଏଲିକ୍‍ ପଦ୍ମସିଙ୍କୁ ଆଧୁନିକ ବିଜ୍ଞାପନର ଜନକ ବୋଲି ମଧ୍ୟ କୁହାଯାଏ। ହମାରା ବଜାଜ୍‍, କାମସୂତ୍ର ଆଦି ଚର୍ଚ୍ଚିତ ବିଜ୍ଞାପନର ନିର୍ମାଣ କରିଛନ୍ତି। ଏଲିକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟୁଇଟ କରି ଲେଖିଛନ୍ତି ଏଲିକ ନିଜର ଭିନ୍ନ ଚିନ୍ତାଧାରା ଦ୍ୱାରା ବିଜ୍ଞାପନ ପ୍ରସ୍ତୁତ କରୁଥିଲେ। ସେ ଥିଏଟର ଏବଂ ବିଜ୍ଞାନପନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛନ୍ତି। ସେହିପରି ବଲିଉଡର ବହୁ କଳାକାର ଏଲିକ୍‍ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

Leave A Reply