ମଦ ପିଇ ଚା’ ବଗିଚାରେ ଶୋଇପଡ଼ିଲେ ହାତୀ

ବେଜିଂ: ଚା’ ବଗିଚାରେ ପଶି ଉପଦ୍ରବ କଲେ ହାତୀ ପଲ। ପରେ ନିକଟରେ ଥିବା ଏକ ମଦ ଷ୍ଟୋରରେ ପଶି ଉତ୍ପାତ କଲେ। ଶେଷରେ ସେଠାରେ ଡ୍ରମରେ ରଖାଯାଇଥିବା ମଦ ପିଇ ଚା’ ବଗିଚାରେ ଶୋଇପଡ଼ିଲେ। ବଗିଚାରେ ଶୋଇପଡ଼ିଥିବା ହାତୀଙ୍କ ଫଟୋ ଏବଂ ମଦ ଷ୍ଟୋରେ ଉତ୍ପାତ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଘଟିଛି ଚୀନର ୟୁନ୍ନାନ ପ୍ରଦେଶର ଏକ ଗ୍ରାମରେ। ଗାଁରେ ଥିବା ଏକ ଚା’ ବଗିଚାକୁ ୧୪ ଟିକିଆ ହାତୀପଲ ଆସି ଏହି ଉତ୍ପାତ ସୃଷ୍ଟି କରିଥିଲେ। ହାତୀ ପଲ ମଦ ଷ୍ଟୋରରେ ପଶି ମଦ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀକୁ ନଷ୍ଟ କରିଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ଟି ହାତୀ ସେଠାରେ ରଖାଯାଇଥିବା ମକାରେ ପ୍ରସ୍ତୁତ ୩୦ ଲିଟର ମଦ ପିଇଦେଇଥିଲେ। ଏହା ପରେ ହାତୀପଲ ଜଙ୍ଗଲ ଆଡକୁ ବାହାରି ଯାଇଥିଲେ। ମାତ୍ର ମଦ ପିଇଦେଇଥିବା ୨ଟି ହାତୀ ଜଙ୍ଗଲକୁ ଯାଇ ନ ପାରି ନିଶାରେ ଚା’ ବଗିଚାରେ ଶୋଇପଡ଼ିଥିଲେ। ଏହି ଘଟଣାର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା, ଯାହା ଏବେ ଭାଇରାଲ ହେଉଛି।

Comments are closed.