ହାତୀ ସୁପାରୀ କିଲର୍ ଗିରଫ; ଗୋଟିଏ ହାତୀ ପାଇଁ ନେଉଥିଲେ ୩୦ ହଜାର

ଭୁବନେଶ୍ୱର: କୁଖ୍ୟାତ ହାତୀ ସୁପାରୀ କିଲର୍ ଗିରଫ ହୋଇଛି। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ ରବିବାର ବନ ବିଭାଗ ପକ୍ଷରୁ ତାକୁ ଗିରଫ କରାଯାଇଛି। ଗୋଟିଏ ହାତୀକୁ ଶିକାର କରିବା ପାଇଁ ୩୦ ହଜାର ଟଙ୍କା ସୁପାରୀ ନେଉଥିଲା ବୋଲି ସେ ସ୍ବୀକାର କରିଛି। ଏହା ସହ ସେ ୨୦ରୁ ଅଧିକ ହାତୀ ଶିକାର କରିଥିବା କହିଛି। ଗିରଫ ପରେ ତା’ଠାରୁ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଛି। ହାତୀ ମାରିବା ପରେ ସେ ନୟାଗଡ଼ ଅଞ୍ଚଳରେ ଦାନ୍ତ ବିକୁଥିଲେ। ହାତୀ ଶିକାର ପରିବା ପାଇଁ ତାକୁ କିଏ ଟଙ୍କା ଦେଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.