ଗଭୀର କୂଅରୁ ଉଦ୍ଧାର ହେଲା ହାତୀଛୁଆ

ତାମିଲନାଡୁର ଧରମପୁରୀରେ କୂଅରେ ପଡିଯାଇଥିବା ଏକ ହାତୀଛୁଆକୁ ଉଦ୍ଧାର କରାଯାଇଥିବା ଖବର ଏବେ ଖୁବ ଭାଇରାଲ ହେଉଛି। ହାତୀଛୁଆଟି ଅଜାଣତରେ କୂଅ ଭିତରେ ଖସିଯାଇଥିଲା। ଜଣେ କୃଷକ ହାତୀଛୁଆଟିର ଶବ୍ଦ ଶୁଣି ଉଦ୍ଧାରକାରୀ ଦଳ ତଥା ବନ ବିଭାଗକୁ ଖବର ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଧରମପୁରୀର ପଞ୍ଚପଲ୍ଲୀ ଗାଁର। ଏଠାକାର ଜଣେ କୃଷକ ନିଜ କୂଅ ନିକଟରେ ଜୋରରେ ଶବ୍ଦ ଶୁଣି କୂଅ ନିକଟକୁ ଯାଇ ଦେଖିଥିଲେ। ସେଠାରେ ଏକ ହାତୀ ଛୁଆ ପଡ଼ିଛି।
ଏହି କୂଅ ପ୍ରାୟ ୧୦୦ ଫିଟ ଗଭୀର। ହାତୀଟି ପଡ଼ିବାର ଖବର ବନବିଭାଗ ଓ ଉଦ୍ଧାରକାରୀ ଦଳଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ହାତୀକୁ ଉଦ୍ଧାର କରିବା ଆରମ୍ଭ କରିଥିଲେ।
ଘଟଣାସ୍ଥଳରେ ପଶୁ ଚିକିତ୍ସକ ମଧ୍ୟ ଉପସ୍ଥିତ ଥିଲେ। ବହୁ ସମୟ ଚେଷ୍ଟା କରିବା ପରେ ହାତୀଛୁଆଟିକୁ ଉଦ୍ଧାର କରାଯାଇଥିଲା।

Comments are closed.