ଗଜରାଜଙ୍କ କ୍ରୋଧ ; ୩୮ ସେକେଣ୍ଡରେ ଓପାଡ଼ି ଦେଲେ ଗଛ

କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିବା ଜଣାପଡିଛି। ଭିଡିଓରେ ଦେଖାଯାଉଛି ଏକ ହାତୀ ୩୮ ସେକେଣ୍ଡରେ ଏକ ଗଛକୁ ଓପାଡ଼ି ଫୋପାଡ଼ି ଦେଉଛି। ହାତୀଟି ଏଭଳି ଶକ୍ତି ଦେଖି କେହି କେହି ତା’କୁ ଜେସିବି ଓ ବାହୁବଲୀ ବୋଲି କହିଛନ୍ତି।
କୁହାଯାଉଛି , ହାତୀଟି ଗଛର ସବୁଜ ପତ୍ର ଖାଇବାକୁ ଚେଷ୍ଟା କରୁଥିବା ବେଳେ ତା’ର ଶୁଣ୍ଢ ଗଛର ଉପରେ ଥିବା ସବୁଜ ପତ୍ର ନିକଟରେ ପହଞ୍ଚି ପାରିନଥିବାରୁ ଗଜରାଜ କ୍ରୋଧରେ ଗଛଟିକୁ ଓପାଡ଼ି ଦେଇଥିଲେ।
ହାତୀର ଏଭଳି ଶକ୍ତି ଦେଖି ଲୋକେ ହାତୀର ତୁଳନା ବାହୁବଲୀ ଓ ଜେସିବି ସହ ତୁଳନା କରିଛନ୍ତି। ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡ଼ି ନାହିଁ।