ବେତରଜଙ୍ଗରେ ହାତୀ ଉପଦ୍ରବ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଶଗଡ଼ଭଙ୍ଗା ପଂଚାୟତର ବେତରଜଙ୍ଗରେ ଦୁଇଦିନ ହେଲା ଗୋଟିଏ ହାତୀ ଲୋକମାନଙ୍କର ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଉଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀ ଚାଷ କରିଥିବା ଫସଲ ବାଇଗଣ,ଟମାଟୋ, ଆଖୁ, କୋବି,କଖାରୁ, କଦଳୀ, ନଡ଼ିଆ ଗଛ ଆଦି ଦଳି ଭାଙ୍ଗି ନଷ୍ଟ କରି ଦେଇଛି। ଜଗନ୍ନାଥ ସେନାପତି, ନରେନ୍ଦ୍ର କୁମାର ସେନାପତି, ମହେଶ୍ୱର ସ୍ୱାଇଁ, ସୁରେନ୍ଦ୍ର ସେନାପତି, ମଦନ ସ୍ୱାଇଁ ଏବଂ ଗଣେଶ ମାନସିଂହ ଆଦି ଚାଷୀଙ୍କର ୫ ଏକର ରୁ ଉର୍ଦ୍ଧ୍ବ ଫସଲକୁ ନଷ୍ଟ କରି ଦେଇଛି। ହାତୀକୁ ତଡିବା ପାଇଁ ଶୀଘ୍ର ବ୍ୟବସ୍ଥା ନକଲେ ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି।

Comments are closed.