ଦନ୍ତାହାତୀ ଉତ୍ପାତ; ଖାଇଲା, ନଷ୍ଟ କଲା

ସାରନଗରୀ : ଲାଠିକଟା ବ୍ଲକରେ ଦନ୍ତାହାତୀର ଉତ୍ପାତ ଥମିବାର ନାଁ ଧରୁନି । ଏହି ବ୍ଲକ ଅନ୍ତର୍ଗତ ଟିମଯୋର ଠାରେ ଥିବା ଡାକ୍ତର ଅକ୍ଷୟ କୁମାର ସାମଲଙ୍କ ଖଳାରେ ଗଚ୍ଛିତ ଥିବା ୮୦ରୁ ୯୦ ବସ୍ତା ଧାନରୁ ୨ ବସ୍ତା ଧାନକୁ ଏକ ଦନ୍ତା ହାତୀ ଖାଇ ଦେବା ସହ ଅନ୍ୟ କିଛି ଧାନ ବସ୍ତା ଗୁଡ଼ିକୁ ଦଳଚକଟି ନଷ୍ଟ କରି ଦେଇଛି। ସେହିପରି ଉକ୍ତ ଦନ୍ତା ହାତୀ ଅନ୍ୟ ଚାଷୀ ମାନଙ୍କର ପନିପରିବା ଦଳିଚକଟି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ହାତୀକୁ ଘଉଡ଼ାଇବାକୁ ବନବିଭାଗ କର୍ମଚାରୀ ମାନେ ଚେଷ୍ଟା ଜାରି ରଖିଥିବା ବେଳେ ହାତୀଟି ଠେପାଟୋଲି ଅଭିମୁଖେ ଚାଲି ଯାଇଥିବା ଜଣାପଡ଼ିଛି ।

Comments are closed.