ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ହାତୀମାନେ କରଞ୍ଜିଆ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲରେ ପ୍ରାୟ ୧୮ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲଙ୍କ ପାଇଁ ସ୍ଥାନୀୟଲୋକେ ଭୟଭୀତ ରହିବା ସହ ଫସଲ ନଷ୍ଟ ସେମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି।

Comments are closed.