ହାତୀପଲଙ୍କ ଉପଦ୍ରବ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାର ଭରସୁଆଁ ଓ ଜରଡ଼ା ଅଂଚଳରେ ୧୦ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଥିବା ବୁଧବାର ଜଣାପଡ଼ିଛି। ହାତୀମାନେ ୩ଟି ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏହାସହ କୋଇଡ଼ା ଅଂଚଳରେ ମଧ୍ୟ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଦୀର୍ଘ ୧୦ ଦିନ ହେବ ହାତୀମାନେ ଏହି ଅଂଚଳରେ ଉପଦ୍ରବ କରୁଛନ୍ତି ବୋଲି ସୂଚନା ମିଳିଛି। ହାତୀଙ୍କ ଉପଦ୍ରବ କାରଣରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

Comments are closed.