ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ରାଜ୍ୟର ବହୁ ସ୍ଥାନରେ ହାତୀ ଉପଦ୍ରବ କାରଣରୁ ଫସଲ ନଷ୍ଟ ହେବା ସହ ଧନଜୀବନ ହାନୀ ହେଉଥିବା ଖବର ଅନେକ ଥର ସାମ୍ନାକୁ ଆସୁଛି। ଢେଙ୍କାନାଳ ଜିଲା ଅନ୍ତର୍ଗତ ଓଡପଡା ବ୍ଲକ ବାଙ୍ଗୁରସିଂ ନିକଟରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ନେଇ ସ୍ଥାନୀୟବାସୀ ଅଭିଯୋଗ କରୁଥିଲେ। ବ୍ୟାପକ ଫସଲ ନଷ୍ଟ ହେବା ସହ ହାତୀମାନେ ଘର ଭଙ୍ଗାରୁଜା କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହେଉଥିଲା। ଏହାକୁ କେନ୍ଦ୍ର କରି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଘଟଣାକୁ ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.