ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ ହାତୀ

କଟକ : କଟକ ସହରରେ ହାତୀପଲ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ରେ ୨ଟି ହାତୀ ପ୍ରବେଶ କରିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପ୍ରବେଶ କରିଥିଲେ। ଉକ୍ତ ୨ଟି ହାତୀ ସିଡିଏ ସେକ୍ଟର -୧୩ ରେଭେନ୍ସା କ୍ୟାମ୍ପସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଉପଦ୍ରବ ସୃଷ୍ଟି କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟଲୋକେ ବନ ବିଭାଗକୁ ଖବର ଦେଇଥିଲେ ବୋଲି ସୂଚନା ମିଳିଛି।

 

Comments are closed.