ପୁଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ସୋମବାର ଜଣାପଡିଛି। ବିନିକା ଅଞ୍ଚଳରେ ୬୦ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଝରାପଡା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ପରିବା ସହ ଧାନଚାଷ ନଷ୍ଟ କରି ଦେଇଛନ୍ତି। ପ୍ରାୟ ୧୧ଦିନ ହେଲାଣି ବିନିକାର ବିଭିନ୍ନ ଅଞ୍ଚଳରେ ହାତୀପଲ ଉତ୍ପାତ ଚଲାଇଛନ୍ତି। ଝରାପଡ଼ା, ସିନ୍ଦୁରପୁର, ଗଣେଶପୁର, କେଉଟପଡ଼ା ଗାଁରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଗାଁ ଭିତରେ ପଶି ଉତ୍ପାତ କରୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି।

Comments are closed.