ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ନେଇ ରବିବାର ଜଣାପଡ଼ିଛି। ବଡ଼ଗାଁ ନିକଟ ମହାବୀର ପାହାଡ଼ ତଳି ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉଭୟ ହାତୀପଲରେ ୨୦ ରୁ ୨୫ ଟି ଲେଖାଏଁ ହାତୀ ଥିବା ଜଣାପଡ଼ିଛି। ବାମରା ରେଞ୍ଜ ବଡ଼ରମା ରିଜର୍ଭ ଫରେଷ୍ଟରୁ ହାତୀପଲ ଆସିଥିବା ଜଣାପଡ଼ିଛି। ସପ୍ତାହହେ ହେବ ହାତୀଙ୍କ ଉପଦ୍ରବ କାରଣରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

 

Comments are closed.