ଅସନବଣିରେ ବ୍ୟାପକ ଧାନଫସଲ ନଷ୍ଟ କଲେ ହାତୀପଲ

ପାଟଣା  :  ଘଟଗାଁ ରେଞ୍ଜ ପିପିଳିଆ ପଞ୍ଚାୟତ ଅସନବଣି ଗ୍ରାମରେ ଗତ ତିନି ଦିନ ଧରି ୩୦ ରୁ ଉର୍ଦ୍ଧ୍ବ  ହାତୀପଲ ଉପଦ୍ରବ କରି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀପଲ ଅସନବଣି, ପିପିଳିଆ, ନିମିଘରା ଆଦି ଆଖପାଖ ଜଙ୍ଗଲରେ ଡେରା ପକାଇ ରହୁଥିବା ବେଳେ ସନ୍ଧ୍ୟା ହେଉଣ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଧାନ ଫସଲ ଖାଇଯିବା ସହ ମାଡି ଚକଟି ନଷ୍ଟ କରି ଦେଉଛନ୍ତି । ଏଥିରେ ଅସନବଣି ଗ୍ରାମରେ ୩୦ ରୁ ଉର୍ଦ୍ଧ୍ବ ଚାଷ ଜମି ମାଡି ମକଚି ନଷ୍ଟ କରିଦେଇଛନ୍ତି । ଗ୍ରାମର ଦୟାନିଧି ମହାନ୍ତ, ଜନାର୍ଦ୍ଦନ ମହାନ୍ତ, ମୁଚନ ମହାନ୍ତ, ବନମାଳୀ ମହାନ୍ତ, କବି ନାଏକ, ପ୍ରଫୁଲ୍ଲ ମହାନ୍ତ, ଜୟରାମ ପାତ୍ର, କୁଞ୍ଜବିହାରୀ ପାତ୍ର, ଘାସିରାମ ମହାନ୍ତ, ରାମଚନ୍ଦ୍ର ମହାନ୍ତ ସମେତ ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଯାଇଛି ।

Comments are closed.