ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ସହର ନିକଟବର୍ତ୍ତି ଗାଁରେ ହାତୀପଲଙ୍କ ଉପଦ୍ରବ ଜାରି ରହିଥିବା ନେଇ ଶୁକ୍ରବାର ଜଣାପଡିଛି। ବିନିକା ବ୍ଲକ ସେଲେଡି,ଝାରପଡା ଓ ତୁଲୁଣ୍ଡୁପାଲି ଗାଁରେ ୪୦ ଟିକିଆ ହାତୀପଲ ଉତ୍ପାତ ଦେଖାଦେଇଛି। ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନ ମଧ୍ୟ ହାତୀମାନେ ଖାଇଛନ୍ତି। ପ୍ରାୟ ଦୀର୍ଘ ମାସେ ହେବ ହାତୀପଲଙ୍କ ଉପଦ୍ରବ ବିନିକାରେ ରହିଥିବା ସହ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Comments are closed.