ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ

ସୁନ୍ଦରଗଡ/ସୁବର୍ଣ୍ଣପୁର : ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ ନେଇ ଜଣାପଡିଛି।
ସୁବର୍ଣ୍ଣପୁର ଜିଲା ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ସହର ନିକଟବର୍ତ୍ତୀ ଗାଁରେ ତଥା ସହ ବିନିକା ବ୍ଲକ ସେଲେଡି ଗାଁରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ବ୍ୟାପକ କଦଳୀ ଓ ଧାନ ଫସଲ ନଷ୍ଟ ସହ ଖଳାରେ ଥିବା ଧାନକୁ ହାତୀପଲ ଖାଇଛନ୍ତି। ଦୀର୍ଘ ୨୬ ଦିନ ହେଲାଣି ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସେହିପରି ସୁନ୍ଦରଗଡ ଜିଲାର ଉଜ୍ୱଳପୁର ଫରେଷ୍ଟ ରେଞ୍ଜରେ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। କିଞ୍ଜିରିକେଲା ବିଭାଗ ତିଲଡେଗା,ଟିନିକିବନ୍ଧରେ ଦନ୍ତାହାତୀର ଉତ୍ପାତ ସୃଷ୍ଟି କରିଛି। ପ୍ରାୟ ୬ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ଦନ୍ତାହାତୀ ନଷ୍ଟ କରିଛି।

Comments are closed.