ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଗୁରୁଣ୍ଡିଆ: ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ପ୍ରାୟ ୩୦ ଟି ହାତୀ ଏହି ଦୁଇ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ଆସି ଫସଲ ନଷ୍ଟ କରିବା ଭୟରେ ଲୋକେ ରାତି ସାରା ଅନିଦ୍ରା ରହି ଜଗି ରହୁଛନ୍ତି।  ଛୋଟବଡ଼ ମିଶି ୩୦ଟି ହାତୀ ଏହି ପଲରେ ଥିବା ବେଳେ ଏତେ ସଂଖ୍ୟକ ହାତୀଙ୍କ ଚଳାଚଳ ଯୋଗୁ ଏହି ଦୁଇ ବ୍ଲକ୍‌ ଅଞ୍ଚଳର ବିଭିନ୍ନ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି।

 

 

 

Comments are closed.