ହାତୀପଲଙ୍କ ଉପଦ୍ରବ : ଏକର ଏକର ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ନେଇ ଗୁରୁବାର ଖବର ମିଳିଛି। ହାତୀପଲଙ୍କ କାରଣରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହା ଅଞ୍ଚଳରେ ଏକର ଏକର ଧାନ ଫସଲ ହାତୀପଲ ନଷ୍ଟ କରି ଦେଇଛନ୍ତି। ଉକ୍ତ ଅଞ୍ଚଳରେ ପ୍ରାୟ ୩ ଦିନ ଧରି ହାତୀପଲଙ୍କ ଉତ୍ପାତ ଯୋଗୁଁ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ହାତୀପଲଙ୍କୁ ବନ ବିଭାଗ ଘଉଡ଼ାଇଥିଲେ ମଧ୍ୟ ହାତୀମାନେ ପୁଣି ଫେରିଆସୁଥିବା ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.