ଭିନ୍ନ ଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ; ଆତଙ୍କିତ ସ୍ଥାନୀୟବାସୀ

ଢେଙ୍କାନାଳ/କଟକ : ଭିନ୍ନ ଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି।
ଢେଙ୍କାନାଳ ଜିଲା ଅନ୍ତର୍ଗତ ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଭାଗ ସୋଗର ଗାଁରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ନିକଟ କାଜୁ ଜଙ୍ଗଲରେ ପଶି ରହିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ସେହିପରି କଟକ ଜିଲା ଚୌଦ୍ୱାର ଥାନା ନିକଟସ୍ଥ ଛତିଶାପାଟଣାରେ ଗାଁରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ନିକଟ ବାଣୀପଦା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ି ଭିତରେ ଦନ୍ତା ହାତୀ ପଶିଥିବାରୁ ସ୍ଥାନୀୟବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲ ନିକଟସ୍ଥ ଡ଼ମଣୀ ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Comments are closed.