ପୁଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ରବିବାର ଜଣାପଡିଛି। ପ୍ରାୟ ୨୪ ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି। ଗଣେଶପୁରର କେଉଟପଡା ଗାଁରେ ବିଳମ୍ବିତ ରାତିରେ ହାତୀପଲ ପଶି ଏଭଳି କ୍ଷତି କରିଛନ୍ତି। ଗାଁରେ ପଶି ୩ଟି ଘର ଭାଙ୍ଗିବା ସହ ଶହଶହ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବା ବେଳେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଗତକାଲି ମଧ୍ୟ ବିନିକାରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିଲା।

Comments
Loading...