ପୋଖରୀରେ ଫସିଲା ଜଙ୍ଗଲି ହାତୀ

ଲାଞ୍ଜିଗଡ – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳ ମାନଙ୍କରେ ଜଙ୍ଗଲୀ ହାତୀ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି । ସଂଧ୍ୟା ହେଲେ ହାତୀପଲ ଜଙ୍ଗଲ ରେ ନରହି ଗାଁ ମୁହାଁ ହେଉଛନ୍ତି  । ଫସଲ ନଷ୍ଟ କରିବା ସହ ଘର ଦ୍ବାର ଭାଙ୍ଗି ଦେଉଛନ୍ତି ।

 

ସୋମବାର ବିଳମ୍ବିତ ରାତିରେ   ହାତୀପଲ ବିଶ୍ବନାଥପୁର ରେଞ୍ଜ ଅଧିନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡା କୁ ଆସିଥିବା ବେଳେ ହାତୀପଲ ରୁ ଗୋଟିଏ ହାତୀ ଗାଁ ରେ ଥିବା ଏକ ପୋଖରୀରେ ଫସି ରହିଛି ।

 

ସକାଳୁ ଗାଁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀ ଭିତରେ ହାତୀ ଫସି ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଗାଁ ଲୋକେ ତୁରନ୍ତ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ଯୋଗାଯୋଗ କରିବା ପରେ ବନ ବିଭାଗ ର ଏକ ଟିମ ଆସି ହାତୀର ଉଦ୍ଧାର କାର୍ଯ୍ଯ ଜାରି ରଖିଥିବା ଜଣାପଡିଛି ।

Comments are closed.