ନୀଳଗିରିରେ ଝାଡ଼ଖଣ୍ଡୀ ହାତୀ : ଭାଙ୍ଗିଲେ ୩ଘର

0

ନୀଳଗିରି : ନୀଳଗିରିର ବିଭିନ୍ନ ଅଞ୍ଚଳକୁ ୫୭ଟି ଝାଡ଼ଖଣ୍ଡ ହାତୀ ପ୍ରବେଶ କରିଛନ୍ତି। ଏନେଇ ନୀଳଗିରି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିବା ଜଣାପଡ଼ିଛି। ହାତୀପଲ ୩ ଘର ଭାଙ୍ଗିବା ସହ ବହୁ ଫସଲ ନଷ୍ଟ କରିଛନ୍ତି। ଏହି ଘଟଣାରେ ଉତ୍ତ୍ୟକ୍ତ ଜଡିବାଲି ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ, ନୀଳଗିରିକୁ ଝାଡ଼ଖଣ୍ଡର ଦଲମା ଅଭୟାରଣ୍ୟରୁ ୫୭ରୁ ଉର୍ଦ୍ଧ୍ବ ଝାଡଖଣ୍ଡ ହାତୀ ଖାଦ୍ୟ ଅନ୍ୱେଷଣରେ ପଶି ଆସିଛନ୍ତି। ଏଥିସହିତ ଆହୁରି ୭୦ହାତୀ ମୟୁରଭଞ୍ଜ ଜିଲାର ବେତନଟୀ ରେଞ୍ଜରୁ ନୀଳଗିରିକୁ ମୁହାଁଇଛନ୍ତି। ଏଠାକୁ ପଶି ଆସିଥିବା ହାତୀମାନେ ହାତିଆଶିଳା ଗାଁ’ ର ସନିଆ ସିଂହ, ରୁହିଆ ସିଂହ ଓ କାର୍ତ୍ତିକ ସିଂହଙ୍କ ଘର ଭାଙ୍ଗି ଦେଇଛନ୍ତି। ବନବିଭାଗ ଗାଁ’ କୁ ସୁରକ୍ଷା ଦେଉନଥିବା ପ୍ରତିବାଦ ରେ ଆଜି ସଜନଗଡ଼-ଅଯୋଧ୍ୟା ରାସ୍ତାର ଜଡିବାଲି ଛକରେ ରାସ୍ତାରୋକ କରାଯାଇଛି। ଘଟଣାସ୍ଥଳରେ ପୁଲିସ, ବନବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି।

Leave A Reply