ହାତୀପଲଙ୍କ ଉତ୍ପାତ ; ଭାଙ୍ଗିଲେ ଘର, ପାଚେରୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲାରେ ୧୭ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଯାଇଥିବା ଶନିବାର ଜଣାପଡ଼ିଛି। ଝାଡ଼ଖଣ୍ଡ ପଟୁ ଏହି ହାତୀପଲ ଆସିଛନ୍ତି। ହାତୀମାନେ ଶୁକ୍ରୁଳି ବ୍ଲକର ୩ଟି ଘର ଓ ରରୁଆଁ ବ୍ଲକର ଏକ ସ୍କୁଲ ପାଚେରୀ ଭାଙ୍ଗି ଦେଇଛନ୍ତି। ହାତୀଙ୍କ ଉତ୍ପାତ କାରଣରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସହ ଖବର ପାଇ ବନବିଭାଗ ଅଧିକାରୀ ହାତୀପଲଙ୍କୁ ଝାଡ଼ଖଣ୍ଡ ଘଉଡ଼ାଇଥିବା ନେଇ ସୂଚନା ମିଳିଛି।

Comments are closed.