ଖୋର୍ଦ୍ଧା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ; ଲୋକେ ଭୟଭୀତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଥିବା ବୁଧବାର ଜଣାପଡିଛି। ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି। ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ ପଶିଛନ୍ତି। ଖବର ପାଇ ପ୍ରାୟ ବନବିଭାଗର ୨୦ ଜଣିଆ ଟିମ ପହଞ୍ଚିଛନ୍ତି। ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଥିବାରୁ ଅଘଟଣର ଆଶଙ୍କା ରହିଛି ବୋଲି ସୂଚନା ମିଳିଛି। ଏହି ଆଶଙ୍କାରେ ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରରେ ୨ଟି ହାତୀ ପ୍ରବେଶ କରିଥିଲେ।

 

Comments are closed.