MEllora 950×100

ହାତୀ ଉପଦ୍ରବ ; ବ୍ୟାପକ ଧାନ ଫସଲ ନଷ୍ଟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ କମିବାରେ ନାଁ ଧରୁନାହିଁ ହାତୀ ଉପଦ୍ରବ। ଗତ ଏକ ସପ୍ତାହ ଧରି ଡେରା ପକାଇଥିବା ୨୪ ଟିକିଆ ହାତୀପଲ ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଗତ ଦୁଇ ଦିନ ଧରି ଜମୁନାପଶି ଓ ଗୋବରାଵେଡା ଗ୍ରାମରେ ଧାନ ଫସଲ ନଷ୍ଟ କରିବା ପରେ ଆଜି ଦିନ ତମାମ ଭରାଣ୍ଡିଆ ଗ୍ରାମର ଧାନ ଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ଧାନ ଫସଲକୁ ହାତୀପଲଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀ ମାନେ ଦିନ ତମାମ ହାତୀ ଘଉଡ଼ାଇବାରେ ଲାଗି ରହିଛନ୍ତି । ଏହି ହାତୀପଲ ରାତିରେ ଭରାଣ୍ଡିଆ ଜଙ୍ଗଲ ନିକଟରେ ଡେରା ପକାଇଥିଲେ । ଏହି ହାତୀ ପଲ ଭରାଣ୍ଡିଆରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଗ୍ରାମ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହି ହାତୀ ପଲଙ୍କ ଉପରେ ନଜର ରଖିଯାଇଥିବା ବନ ବିଭାଗ ସୂଚନା ଦେଇଛି।

Comments are closed.