ପାଣି ପିଇବା ଶିଖୁଛି ହାତୀଛୁଆ ; ଭିଡ଼ିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ମାତ୍ରେ ମନ ପ୍ରସନ୍ନ ହୋଇଯାଏ। ଏବେ ଏପରି ହିଁ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖାଯାଉଛି ଗୋଟିଏ ହାତୀ ଛୁଆ ଏକ ପୋଖରୀ କୂଳରେ ଠିଆ ହୋଇ କିପରି ପାଣି ପିଇବା ଶିଖୁଛି। ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରିଛନ୍ତି।
ଭିଡ଼ିଓରେ ଦେଖାଯାଉଛି ହାତୀ ଛୁଆଟି ଜଙ୍ଗଲରେ ଏକ ପୋଖରୀ କୂଳରେ ଠିଆ ହୋଇଛି। ପାଣିରେ ନିଜ ଶୁଣ୍ଢ ବୁଡ଼ାଉଛି ଅଳ୍ପ କିଛି ପାଣି ନିଜ ପାଟିକୁ ନେଉଛି। କିଛି ପାଣି ପିଇବା ପରେ ପୁଣି ପୋଖରୀରୁ ନିଜ ପାଟିକୁ ପାଣି ନେଉଛି। ପାଣି ପିଇବା ପରେ ହାତୀ ଛୁଆଟି ସେଠାରୁ ଚାଲି ଯାଉଛି। ଲୋକେ ହାତୀ ଛୁଆଟିର ଏହି କୌତୁକିଆ ଭିଡ଼ିଓଟିକୁ ଦେଖିବାକୁ ବେଶ ପସନ୍ଦ କରୁଛନ୍ତି। ଏହା ଖୁବ ଭାଇରାଲ ମଧ୍ୟ ହେଉଛି।

 

Comments are closed.