ଦନ୍ତା ହାତୀର ମୃତଦେହ ଉଦ୍ଧାର

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ବଡ଼ପାଟି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର ଖବର ପାଇ ବନ କର୍ମଚାରୀ ପହଞ୍ଚି ଥିବା ବେଳେ ହାତୀଟିର ଦିନେ ଦୁଇଦିନ ଆଗରୁ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ହାତୀଟି ଫୁଲି ଯାଇଥିବା ସହ ତାଦେହରୁ ଗନ୍ଧ ବାହାରୁଥିବା ଜଣାପଡିଛି।
ସୂଚନା ମୁତାବକ, ଗତ ରବିବାର ଦିନ ଏହି ବନଖଣ୍ଡ ନାକ୍ଟିଦେଉଳ ରେଞ୍ଜ ରାଇଲ ପନାଶକାନି ଜଙ୍ଗଲରେ ଅସୁସ୍ଥତା କାରଣରୁ ହାତୀଟି ମୃତ୍ୟୁ ବରଣ କରିଥିଲା ଜ୍ଝ ଗ୍ରାମବାସୀ ହାତୀର ଅସୁସ୍ଥତା ନେଇ ବନ ବିଭାଗକୁ ଖବର ଦେଇଥିଲେ ହେଲେ ହାତୀର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ବନ ବିଭାଗର ଏତାଦୃଶ କାର୍ୟ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଉଛି।

Comments are closed.