ବାଙ୍କୀ ହାତୀ ମୃତ୍ୟୁ ଘଟଣା, ‘ହରପିସ୍’ ଭୂତାଣୁ ନେଲା ଜୀବନ

ବାଙ୍କୀ : କଟକ ଜିଲା ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଗତକାଲି ମୃତ୍ୟୁ ହୋଇଥିବା ୧୦ ବର୍ଷୀୟ ମାଈ ହାତୀର ମୃତ୍ୟୁର କାରଣ ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ‘ହରପିସ୍’ ଭୂତାଣୁ ଯୋଗୁଁ ମାଈ ହାତୀର ମୃତ୍ୟୁ ଘଟିଥିବା ପ୍ରମାଣ ମିଳିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଭେଟେରିନାରି ପାଥୋଲୋଜି ମୁଖ୍ୟ ସୁସେନ ପଣ୍ଡା ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ, ବାଙ୍କୀ ବାଆଁରା କୂଆମଡ଼ା ଜଙ୍ଗଲରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ଘଟିଥିଲା। ହାତୀଟି ୫ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲା । ଓୟୁଏଟି ଏବଂ ଆସାମ ବିଶେଷଜ୍ଞଙ୍କ ପରାମର୍ଶରେ ହାତୀଟିର ଚିକିତ୍ସା ଚାଲିଥିଲାବେଳେ ହାତୀର ମୃତ୍ୟୁ ଘଟିଥିଲା ।

Comments are closed.