ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର : ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ େଯାଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି। ହାତୀ ସୁରକ୍ଷା ଲାଗି ରାଜ୍ୟ ସରକାର େନଇଥିବା ପଦକ୍ଷେପ େକବଳ କାଗଜକଲମରେ ସୀମିତ ରହିଯାଇଛି। େଯତେବେଳେ ବି ହାତୀ ମୃତ୍ୟୁ ଘଟୁଛି ବିଭାଗୀୟ ଅଧିକାରୀମାନେ ତଳିଆ କର୍ମଚାରୀଙ୍କ ଉପରେ େଦାଷ ଲଦି େସମାନଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରୁଛନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନେ ହାତୀ ମୃତ୍ୟୁ େରାକିବା ଦିଗରେ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗତ ଅଢେଇ ବର୍ଷ ମଧ୍ୟରେ େକନ୍ଦୁଝର ଫରେଷ୍ଟ ଡିଭିଜନରେ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ଦାୟିତ୍ବରେ ଥିବା ଡିଏଫଓଙ୍କୁ ଦାୟୀ କରି ତାଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ୱାଇଲ୍ଡ ଲାଇଫ େସାସାଇଟି ଅଫ ଓଡିଶା (ଡବ୍ଲ୍ୟୁଏସଓ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର େଲଖି ଅନୁରୋଧ କରାଯାଇଛି।
ଡବ୍ଲ୍ୟୁଏସଓ ସମ୍ପାଦକ ବିଶ୍ବଜିତ ମହାନ୍ତି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି େଯ କେନ୍ଦୁଝର ଡିଏଫଓଙ୍କ ଦାୟିତ୍ବହୀନତା େଯାଗୁ ଗତ ଅଢେଇ ବର୍ଷ ମଧ୍ୟରେ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରୁ ମାତ୍ର ୨ଟି ହାତୀର ସାଧାରଣ ମୃତ୍ୟୁ ଘଟିଛି। ଏ େନଇ ପୂର୍ବରୁ ମଧ୍ୟ ଡବ୍ଲ୍ୟୁଏସଓ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର ଏହାକୁ ବିଭାଗ ପକ୍ଷରୁ ହାଲକା ଭାବେ ଗ୍ରହଣ କରାଯାଇଥିଲା। ଛତିଶଗଡ ସରକାରଙ୍କ ଉଦାହରଣ େଦଇ ଶ୍ରୀ ମହାନ୍ତି କହିଛନ୍ତି େଯ େସଠାରେ ୧୦ ଦିନରେ ୬ଟି ହାତୀଙ୍କ ମୃତ୍ୟୁ େଯାଗୁ ୯ବରିଷ୍ଠ ବନ ବିଭାଗ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସୂଚନାେଯାଗ୍ୟ େଯ କେନ୍ଦୁଝର ଡିଭିଜନରେ ୨୦୧୮ ଜୁଲାଇ ୨୪ ତାରିଖରେ ଚିକିତ୍ସା ଅବହେଳାରୁ ଦନ୍ତାହାତୀର ମୃତ୍ୟୁ ଘଟିଥିଲା ବେଳେ ନଭେମ୍ବର ୨୧ ତାରିଖରେ େଟ୍ରନ ଧକ୍କାରେ ଆଉ ଏକ ହାତୀର ମୃତ୍ୟୁ ଘଟିଥିଲା। ହାତୀଙ୍କ ଗତିବିଧି ଉପରେ ନଜର ନ ରଖିବା ଫଳରେ ଏପରି ଦୁର୍ଘଟଣା ଘଟିଲା େବାଲି ଶ୍ରୀ ମହାନ୍ତି ଅଭିେଯାଗ କରିଛନ୍ତି। େସହିପରି ୨୦୧୯ ଅଗଷ୍ଟ ୨୨ ତାରିଖରେ ଘଟଗାଁ େରଞ୍ଜରେ ମାଲବାହୀ ଗାଡି ଧକ୍କାରେ ତିନି ହାତୀଙ୍କ ମୃତ୍ୟୁ ଘଟିଥିଲା। ୨୦୧୯ ଏପ୍ରିଲ ୭ତାରିଖରେ ଘଟଗାଁ େରଞ୍ଜ ଅସନବାହାଲି ନିକଟରେ ବିଷକ୍ରିୟା େଯାଗୁ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟିଥିଲା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଏକ ଛୁଆ ହାତୀ ଏବଂ ମେ ୨୩ରେ ଏକ ମାଖନାର ମୃତଦେହ ଚମ୍ପୁଆ େରଞ୍ଜ ବାଲିବନ୍ଧ େସକ୍ସନରୁ ଠାବ କରାଯାଇଥିଲା। ଜୁନ ୧୨ରେ ମାଈ ଓ ଅଣ୍ଡିରା ହାତୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ୨୯୧୭ ନଭେମ୍ବର ୧୫ରେ ଏକ ଗଳିତ ହାତୀର ମୃତଦେହ ମଳିଥିଲା େବଳେ ୨୦୨୦ ମେ ୬ ତାରିଖରେ ମିଳିଥିବା ଗଳିତ ମୃତଦେହର ଲିଙ୍ଗ ମଧ୍ୟ ନିରୂପଣ େହାଇପାରି ନ ଥିଲା। ଚଳିତ ମାସ ୮ ତାରିଖରେ ବଡବିଲ େରଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଏକ ଗଳିତ ହାତୀଛୁଆର ମୃତଦେହ ଠାବ କରାଯାଇଥିଲା। ଗ୍ରାମବାସୀମାନେ ପ୍ରଥମେ ଏ େନଇ ଜଙ୍ଗଲ ବିଭାଗକୁ ସୂଚନା େଦଇଥିଲେ। ଗତ ଅଢେଇ ବର୍ଷ ମଧ୍ୟରେ େକନ୍ଦୁଝର ଡିଭିଜନରେ ମନୁଷ୍ୟ ହାତୀ ସଂଘର୍ଷରେ ୨୫ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୫ଜଣ ଆହତ େହାଇଛନ୍ତି। ୨୦୧୯-୨୦ ବର୍ଷରେ ୨୩ଟି ଘଟଣାରେ ୧୦ଜଣଙ୍କ ଜୀବନ ହାନୀ େହାଇଥିଲା ବେଳେ ୧୫ଜଣ ଆହତ େହାଇଥିଲେ। ନିୟମିତ ପାଟ୍ରୋଲିଂ ଓ ଯାଞ୍ଚ ନ ହେବା ଫଳରେ ହାତୀ ମୃତ୍ୟୁ ସମ୍ପର୍କିତ ସୂଚନା ବନ ବିଭାଗ ନିକଟରେ ବହୁ ବିଳମ୍ବରେ ପହଞ୍ଚୁଥିବା େନଇ ଅଭିେଯାଗ େହାଇଛି। ବିଭାଗୀୟ ଅଧିକାରୀମାନେ େକବଳ େଲାକ େଦଖାଣିଆ ଭାବେ ସ୍ଥାନୀୟ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ େରଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମାତ୍ର ଏଥିପାଇଁ ଦାୟୀ ଡିଏଫଓଙ୍କ ବିେରାଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସୂଚନାେଯାଗ୍ୟ େଯ ନିକଟରେ ରାଜ୍ୟରେ ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ଭଏସ ଫର ଏସିଆନ ଏଲିଫ୍ୟାଣ୍ଟସ େସାସାଇଟି (ଭିଏଫଏଇଏସ) ନିର୍ବାହୀ ନିର୍ଦେଶିକା ସଙ୍ଗୀତା ଆୟାର ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ହରିଶଙ୍କର ଉପାଧ୍ୟାୟଙ୍କୁ ଦାୟୀ କରି ତାଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ।

Comments are closed.