ଶିକାରୀ ଗୁଳିରେ ଦନ୍ତା ହାତୀ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଟୁଲି ମାଟୁ ନାଳ ନିକଟରେ ମଙ୍ଗଳବାର ଶିକାରୀ ଗୁଳିରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  କିଛି ମହିଳା ଦାକାପଦର୍ ଜଙ୍ଗଲକୁ ଛତୁ ଖୋଜିବା ପାଇଁ ଯାଇଥିଲା ବେଳେ ହାତୀଟିର ମୃତଦେହ ଦେଖିଥିଲେ । ପରେ ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ । ମୃତ ହାତୀର ବିଭିନ୍ନ ସ୍ଥାନେର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଖବର ପାଇ ବୌଦ୍ଧ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି  ।

Comments are closed.