ଦନ୍ତା ସହ ଲଢ଼ି ଜୀବନ ହାରିଲା ମାଈ ହାତୀ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ସହ ଲଢ଼େଇ କରି ଏକ ମାଈହାତୀର ଜୀବନ ଯିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ବନବିଭାଗ କର୍ମଚାରୀମାନେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଅଭୟାରଣ୍ୟର ଗୋହିରାଡାହି ଅଞ୍ଚଳରେ ମୃତ ମାଈହାତୀକୁ ଠାବ କରିଥିଲେ। ଏ ସମ୍ପର୍କରେ ଖବରପାଇ ରବିବାର ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା, ଏସିଏଫଓ ସମୀର ସାହୁ, କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ନରେଶ ସିଂ, ଗାର୍ଡ଼ ଆୟୁଷ୍ମାନ ପଣ୍ଡା ପ୍ରମୁଖ ପହଞ୍ଚିଥିଲେ। ହାତୀଟି ୩/୪ଦିନ ପୂର୍ବରୁ ମରିଥିବା ଜଣାପଡୁଛି। କୁଲଡିହା ଜଙ୍ଗଲରେ ଥିବା ଦନ୍ତାହାତୀର ଆକ୍ରମଣର ଶିକାର ହୋଇ ମାଈହାତୀର ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ କୁହାଯାଉଛି। ଘଟଣାସ୍ଥଳରେ ମୃତଦେହ ବ୍ୟବଛେଦ କରାଯିବା ପରେ ମୃତ ମାଈହାତୀକୁ ପୋଡ଼ି ଦିଆଯାଇଛି।

Comments are closed.