ଆଠମଲ୍ଲିକ ଅଞ୍ଚଳରେ ୨ଦିନରେ ୨ ହାତୀ ମୃତ

ଆଠମଲ୍ଲିକ :  ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ ଦୁଇ ଦିନରେ ଦୁଇ ଦନ୍ତା ହାତୀର ମୃତ୍ୟୁ ଘଟଣାକୁ ନେଇ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର ବିଳମ୍ବିତ ରାତିରେ ହଣ୍ଡପା ରେଞ୍ଜର ତେନ୍ତୁଲୋଇ ଜଙ୍ଗଲରେ ଏକ ୩୦ ବର୍ଷ ବୟସ୍କ ଦନ୍ତା ହାତୀର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଆଠମଲ୍ଲିକ ରେଞ୍ଜ ସିଦ୍ଧ ପୁର ଖେସରା ଜଙ୍ଗଲରେ  ଛୁଆ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ହାତୀର ଦେହରେ କ୍ଷତ ଚିହ୍ନ ରହିଥିବାରୁ ଅସୁସ୍ଥ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Comments are closed.