ମାଟି ତଳୁ ହାତୀର ମୃତଦେହ ଉଦ୍ଧାର ; ୩ ଗିରଫ, ୨ ବନ କର୍ମଚାରୀ ନିଲମ୍ବିତ

0

ରାଉରକେଲା :  ଶୁକ୍ରବାର ଦିନ ମାଟି ତଳେ ପୋଡି ପୋତା ଯାଇଥିବା ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ସନ୍ଦେହରେ ୩ଜଣଙ୍କୁ ଗିରଫ କରିଛି। ଅନ୍ୟ ୧୦ ଜଣ ଫେରାର ହୋଇଯାଇଛନ୍ତି। ଗ୍ରାମରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକମାନେ ହାତୀକୁ ମାରି ଦେଇଥିବା କୁହାଯାଉଛି। ହାତୀ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଅଭି​‌ଯୋଗ ହୋଇଛି। ଏହି ଘଟଣା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗ୍ରାମରେ ଘଟିଛି।  ଏହି ଘଟଣାରେ ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଦୁଇ ବନ କର୍ମଚାରୀ ହେଲେ ଫରେଷ୍ଟର ହରିଶ ଜେନା ଓ ଗାର୍ଡ ସବିତା କିଷାନ।

 

 

Leave A Reply