ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ନୟାଗଡ : ନୟାଗଡ ବନଖଣ୍ଡ ପଞ୍ଚରିଡା ବନାଞ୍ଚଳ ଗୋଚ୍ଛା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ୭ରୁ ୮ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ହାତୀର ଦାନ୍ତ କଟା ଯାଇଥିବା ଦେଖିବାକୁ ମିଳିଛି। ସୋମବାର ରାତିରେ ବନବିଭାଗ ଅଧିକାରୀ ହାତୀଟିର ମୃତଦେହ ଠାବ କରିଥିଲେ। ମଙ୍ଗଳବାର ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

Comments are closed.