ଦୁଇଟି ହାତୀଙ୍କ ମୃତଦେହ ଠାବ

0

ବାଲେଶ୍ବର : କୁଲଡିହା ଅଭୟାରଣ୍ୟ ବାଲିଚୁଆ ପାହାଡରେ ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ଏହାକୁ ବନ ବିଭାଗ ଠାବ କରିଥିବା ଜଣାପଡିଛି। ମୃତ ହାତୀ ଦୁଇଟିର ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଏହାକୁ ନେଇ ବନ ବିଭାଗ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଆରସିସିଏଫ ଓ ଏସିଏଫ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ହାତୀଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଆନ୍ଥ୍ରାକ୍ସ  ରୋଗରେ ପୀଡିତ ହୋଇ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Leave A Reply