କୁଲଡ଼ିହାରେ ହାତୀ ଶାବକର ମୃତ୍ୟୁ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରିସ୍ଥିତି କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି। ବନ କର୍ମଚାରୀ ମାନେ ବୁଧବାର ପାଟ୍ରୋଲିଂ କରୁଥିବା ସମୟରେ ଯୋଡ଼ାଚୁଆ ସେକ୍ସନ ଅଧୀନ ମୁଖଚତୁରୀ ନାଳ ନିକଟରେ ହାତୀ ଛୁଆଟି ମରି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବାଲେଶ୍ବର ଡିଏଫଓ ବିଶ୍ୱରାଜ ପଣ୍ଡା, ଏସିଏଫଓ ଶରତ ଚନ୍ଦ୍ର ବେହେରା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ପ୍ରମୁଖ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ନୀଳଗିରି ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ତପନ ଦ୍ୱିବେଦୀ ମୃତଦେହ ବ୍ୟବଚ୍ଛେଦ କରିବା ପରେ ସେଠାରେ ପୋଡ଼ି ଦିଆ ଯାଇଛି। ତେବେ ଏହା ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥାଇପାରେ ବୋଲି ବନବିଭାଗ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Comments are closed.