ରାଇଗିରି ଜଙ୍ଗଲରେ ହାତୀ ମୃତ

0

ସୁନ୍ଦରଗଡ : ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଯାଇଛି। ବୟସ ଅଧିକ ହୋଇଯାଇଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟି କିଛି ଦିନ ହେବ ଖାଦ୍ୟ ଖାଉ ନ ଥିବା ଜଣାପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଛି। ଏହାସହ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply