ହାତୀ-କୁମ୍ଭୀର ଲଢେଇ ; ଜିତିଲା କିଏ……

ଆଫ୍ରିକୀୟ ଦେଶ ଜାମ୍ବିଆରୁ ଏକ ହାତୀ ଏବଂ କୁମ୍ଭୀର ମଧ୍ୟରେ ଲଢେଇ ହୋଇଥିବା ଭିଡିଓ ଭାଇରାଲ ହୋଇଛି।  ହାତୀଟି ନିଜ ପିଲାକୁ କୁମ୍ଭୀର ଆକ୍ରମଣରୁ ରକ୍ଷା କରିବା ପାଇଁ କୁମ୍ଭୀର ସହ ଲଢେଇ କରୁଛି।  ଦୁଇଟି ବିଶାଳ ପ୍ରାଣୀ ମଧ୍ୟରେ ଏହି ଲଢେଇକୁ ଜଣେ ପର୍ଯ୍ୟଟକ ତାଙ୍କ କ୍ୟାମେରାରେ କଏଦ କରିଥିଲେ ।
ରିପୋର୍ଟ ଅନୁଯାୟୀ, ଜାମ୍ବେଜୀ ନଦୀ କୂଳରେ ଏକ ହାତୀପଲ ପାଣି ପିଇବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ଏକ କୁମ୍ଭୀର ଶିଶୁ ହାତୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହା ଦେଖି ହାତୀ କୁମ୍ଭୀର ଉପରେ ଆକ୍ରମଣ କରିଥିଲା।
ହାତୀ ନିଜେ କୁମ୍ଭୀରକୁ ପାଣିରେ ପକାଇବାକୁ ଲାଗିଲା । ହାତୀ  ନିଜ ଶୁଣ୍ଢରେ କୁମ୍ଭୀର ଉପରେ ବାରମ୍ବାର ଆକ୍ରମଣ କରିବାକୁ ଲାଗିଥିଲା।  ଏହି ସମୟରେ କୁମ୍ଭୀରଟି ହାତୀର କବଳରୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ।
କିଛି ସମୟ ପରେ ହାତୀ କୁମ୍ଭୀରକୁ ଟାଣି ପାଣିରୁ ବାହାରକୁ ଆଣିଥାଏ। କୁମ୍ଭୀରଟିର ଗତିବିଧି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ଲଢେଇରେ ହାତୀ କୁମ୍ଭୀର ଉପରେ ଭାରୀ ପଡିବା ସହ ଜିତିଥିଲା ବୋଲି ଭିଡିଓରେ ଦେଖାଯାଇଥିଲା।

Comments are closed.