ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ : ଅନୁଗୁଳ ଜିଲା ପୁରାଣକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।  ମୃତ ମହିଳା ଜଣକ ହେଲେ ଜୟନ୍ତୀ ବୋରା।

ସୂଚନା ଅନୁଯାୟୀ, ମହିଳା ଜଣକ କୌଣସି କାମରେ ସକାଳେ ଘର ଠାରୁ କିଛି ଦୁରକୁ ଯାଇଥିବା ବେଳେ ଗାଁ ନିକଟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁରାଣକୋଟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇଥିଲା। ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି। ଜଙ୍ଗଲରୁ ଆଖପାଖ ଗାଁକୁ ଯେପରି  ହାତୀ ନ ଆସିବେ ସେଥିଲାଗି ଦିନ ଏବଂ ରାତିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

Comments are closed.