ହାତୀ ଆକ୍ରମଣରେ ମହିଳା ମୃତ

ଦେବଗଡ଼ : ଦେବଗଡ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭକ୍ତ ବଡକୁଦର ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ କୁବେର ନାଏକଙ୍କ ସ୍ତ୍ରୀ ରମ୍ଭା ନଏକ ।

ସୂଚନା ଅନୁଯାୟୀ,  ଆଜି ସକାଳେ ରମ୍ଭା ଶୌଚ ନିମନ୍ତେ ନିକଟସ୍ଥ ବିଲକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ହଠାତ ଆକ୍ରମଣ କରିବାସହ ପାହୁଡରେ ଦଳି ଦେଇଥିଲା। ଫଳରେ ରମ୍ଭା ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତାଙ୍କୁ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.