ଦନ୍ତା ନେଲା ୪ ଜୀବନ

ବୁର୍ଲା : ବଣୁଆ ହାତୀ ଜଙ୍ଗଲ ଛାଡ଼ି ସହରାଭିମୁଖୀ ହୋଇଛି। ଆକସ୍ମାତ୍ ଏକ ବଣୁଆ ଦନ୍ତା ହାତୀ ଗନ୍ଧମାର୍ଦ୍ଦନ ପର୍ବତ ମାଳାରୁ ଆସି ପଦ୍ମପୁର ରବା ପଡ଼ା ସ୍ବସ୍ତିକ ନଗରଠାରେ ତାଣ୍ଡବ ଲୀଳା ରଚିଛି। ଏହି ଦନ୍ତା ହାତୀଟି ସୋମବାର ୪ ଜଣଙ୍କର ଜୀବନ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସୋମବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଜଣେ ବ୍ୟକ୍ତିଙ୍କ ଘରେ ପସି ଧାନ ଗଦା ଖାଇଥିଲା। ପରେ ସେହି ପରିବାରର ବାପ, ପୁଅ ଏବଂ ନାତୀକୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ବାଜେନା ମୁଣ୍ଡାର ହେମସାଗର ସାହା(୫୦) ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଥିଲେ।

Comments are closed.