ହାତୀ ଆକ୍ରମଣରେ ଜଣେ ମୃତ ; ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଲ ଗାଁରେ ହାତୀ ଘଉଡ଼ାଇବା ବେଳେ ଆଜି ସକାଳେ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତରାତିରେ ଉକ୍ତ ଗାଁରେ ହାତୀପଲ ପଶି ଉପଦ୍ରବ କରିଥିଲେ। ଗ୍ରାମବାସୀ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ କରିବା ସମୟରେ , ନିକଟକୁ ଚାଲିଯାଇଥିବା ବ୍ୟକ୍ତିଙ୍କୁ ହାତୀ କଚାଡି ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମାତ୍ର ବନ ବିଭାଗ ନ ପହଞ୍ଚିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।

Comments are closed.